ରାସ୍ତା କଡରେ ଗୋରୁ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର | News Room Odisha

ରାସ୍ତା କଡରେ ଗୋରୁ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର

ବରଗଡ଼: ବରଗଡ ଜିଲ୍ଲା ପଦ୍ମପୁର ଥାନା ସତିଭଟା ଛକ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ରାଜସ୍ଥାନର ପ୍ରହଲ୍ଲାଦ ବୋଲି ଜଣା ପଡିଛି । ସେ ରାଜସ୍ଥାନରୁ ଆସି ଦୀର୍ଘ ଚାରି ବର୍ଷ ହେବ ଗାଈଗୋରୁ ବ୍ୟବସାୟ ପାଇଁ ସତିଭଟା ଛକରେ ଜଣକ ଘର ଭଡାନେଇ ରହୁଥିଲେ । ତେବେ ଆଜି ସେହି ଘର ସମ୍ମୁଖ ରାସ୍ତା କଡରେ ତାଙ୍କ ମୃତଦେହ ପଡିରହିଥିଲା । ଖବରପାଇ ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତାର ସ୍ୱାଭାବିକ ମୃତ୍ୟୁ ହୋଇଛି ନାଁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି ସେନେଇ କୌଣସି ତଥ୍ୟ ମିଳିପାରିନାହିଁ ।