ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି କଲା ବିଜେଡି | News Room Odisha

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି କଲା ବିଜେଡି

ଭୁବନେଶ୍ୱର – ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜେଡି । ୪୦ ଜଣିଆ ପ୍ରଚାରକଙ୍କ ତାଲିକାରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି । ତାଲିକାରେ ତାଙ୍କ ମନ୍ତ୍ରିମଣ୍ଡଳରର କିଛି ମନ୍ତ୍ରୀ, ବରିଷ୍ଠ ନେତା, ସାଂସଦ ଓ ବିଧାୟକ ସ୍ଥାନ ପାଇଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପଦ୍ମନାଭ ବେହେରା ପ୍ରମୁଖ ଦଳ ପ୍ରାର୍ଥୀ ପ୍ରଚାର ତାଲିକାରେ ରହିଛନ୍ତି । ସୁଶାନ୍ତ ସିଂ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଜେନା, ସ୍ନେହାଙ୍ଗୀନି ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟ ଶଙ୍କର ମିଶ୍ର, ରୀତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରଶେଖର ସାହୁ, ବ୍ରଜ କିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀକାନ୍ତ ପ୍ରଧାନ,ସରୋଜ କୁମାର ମେହେର,ଦେବେଶ ଆଚାର୍ଯ୍ୟ, ପ୍ରଶାନ୍ତ ବେହେରା, ବିଭୁତି ବଳବନ୍ତରାୟ, କିଶୋର ଚନ୍ଦ୍ର ନାୟକ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସ୍ୱରୂପ କୁମାର ଦାସ, ରୁଦ୍ର ପ୍ରତାପ ମହାରଥି , ଯୋଗେଶ କୁମାର ସିଂ , ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ଅରିନ୍ଦମ ରାୟ ଓ ସତ୍ୟବ୍ରତ ତ୍ରିପାଠୀ ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।