ସମ୍ବଲପୁରରେ ଲିଜଲାଇନ୍ ଓ ବ୍ରଡବ୍ୟାଣ୍ଡ ସେବା ସ୍ବାଭାବିକ | News Room Odisha

ସମ୍ବଲପୁରରେ ଲିଜଲାଇନ୍ ଓ ବ୍ରଡବ୍ୟାଣ୍ଡ ସେବା ସ୍ବାଭାବିକ

ସମ୍ବଲପୁର: ସମ୍ବଲପୁର ହିଂସା ସ୍ଥିତି ସୁଧୁରିବା ପରେ ବ୍ରଡବ୍ୟାଣ୍ଡ ଓ ଲିଜଲାଇନ୍ ସେବାକୁ ୨୪ ଘଣ୍ଟିଆ କରାଯାଇଛି। ଆଜି ସକାଳ ୧୦ଟାରୁ ଏହା ନିରବଛିନ୍ନ ଭାବେ ଚାଲିବ। ହେଲେ ମୋବାଇଲ ଇଣ୍ଟରନେଟ ସେବାକୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପୁଣି ବନ୍ଦ କରାଯାଇଛି। ସେପଟେ ସହରରେ ଆଜି କର୍ଫ୍ୟୁକୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ କୋହଳ କରାଯାଇଛି। ଏହାଛଡା ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିବାରେ ଲାଗିଛି।