ଶିଶୁ ଟିକାକରଣ ହାରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ : ୟୁନିସେଫର ପ୍ରଶଂସା  | News Room Odisha

ଶିଶୁ ଟିକାକରଣ ହାରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ : ୟୁନିସେଫର ପ୍ରଶଂସା 

ଭୁବନେଶ୍ୱର – ଶିଶୁ ଟିକାକରଣ ସମ୍ପର୍କରେ ୟୁନିସେଫ ରିପୋର୍ଟ ଅନୁସାରେ ଓଡିଶାରେ ଟିକାକରଣ ହାର ଦେଶରେ ସର୍ବାଧିକ । ସାରା ବିଶ୍ୱରେ ଭାରତ ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ ହୋଇଛି । ୟୁନିସେଫ ଇଣ୍ଡିଆ ପକ୍ଷରୁ ‘ଦ ଷ୍ଟେଟ ଅଫ୍ ଦି ଓ୍ୱାର୍ଲଡ ଚିଲଡ୍ରେନ ୨୦୨୩  ଫର ଏଭ୍ରି ଚାଇଲ୍ଡ ଭ୍ୟାକସିନେସନ ନାମକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟର ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ର ବୋଲି ଉଲ୍ଲେଖ ରହିଛି ।  ଓଡିଶାରେ ଟିକାକରଣ ହାର ୯୦ ଦଶମିକ ୫ ପ୍ରତିଶତ ରହିଛି ଯାହାକି ଜାତୀୟ ହାର (୭୬ ଦଶମିକ ୪ ପ୍ରତଶତ) ଠାରୁ ଯଥେଷ୍ଟ ଅଧିକ। ଅପହଞ୍ଚ ଇଲାକାରେ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଛି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ଟିକାକରଣ ହାର ୯୦ ପ୍ରତିଶତରୁ ଅଧିକ ହୋଇଛି ।