ଝାରସୁଗୁଡା ଉପ ନିର୍ବାଚନରେ ନୂଆଁ ମୋଡ଼, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ ମହେନ୍ଦ୍ର ନାୟକ | News Room Odisha

ଝାରସୁଗୁଡା ଉପ ନିର୍ବାଚନରେ ନୂଆଁ ମୋଡ଼, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ ମହେନ୍ଦ୍ର ନାୟକ

ଝାରସୁଗୁଡା: ୨୦୧୯ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଥିବା ମହେନ୍ଦ୍ର ନାୟକ ବିଜେଡିରେ ଆଜି ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ନିଜ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମହେନ୍ଦ୍ର ବିଜେଡିରେ ସାମିଲ ହୋଇଛନ୍ତି । ମହେନ୍ଦ୍ରଙ୍କୁ ବିଜେଡି ଉତ୍ତରୀୟ ପିନ୍ଧାଇ ସାଂସଦ ମଙ୍ଗରାଜ ଦଳକୁ ସ୍ୱାଗତ କରିଛନ୍ତି ।