ଆଜିଠୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ଆଉ ଘଣ୍ଟାଏ ବଢିଲା | News Room Odisha

ଆଜିଠୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ଆଉ ଘଣ୍ଟାଏ ବଢିଲା

ସମ୍ବଲପୁର – ସମ୍ବଲପୁର ସହରରେ ଆଜିଠାରୁ କର୍ଫ୍ୟୁ କୋହଳ ଅବଧି ଆଉ ଘଣ୍ଟାଏ ବଢ଼ିଛି । ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୧ ଘଣ୍ଟିଆ କର୍ଫ୍ୟୁ କୋହଳ ଅବଧି ଆଉ ୧ ଘଣ୍ଟା ବୃଦ୍ଧି କରାଯାଇଛି । ଆଜିଠାରୁ ସହରରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି । ଏ ନେଇ ସଦର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଲୋକେ ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରି ପାରିବେ। ହେଲେ ସଂଧ୍ୟା ୬ ପରଠାରୁ କଟକଣା ଜାରି ରହିବ । ଦୋକାନବଜାର, କାର୍ଯ୍ୟାଳୟ ଆଦି ଦିନବେଳା ଖୋଲିବ ଓ ସଂଧ୍ୟାରେ ବନ୍ଦ ରହିବ।