ତାତିରୁ ଆଶ୍ୱସ୍ତି: କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସହରରେ ଖସିଲା ପାରଦ | News Room Odisha

ତାତିରୁ ଆଶ୍ୱସ୍ତି: କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସହରରେ ଖସିଲା ପାରଦ

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିଛି । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ତାତି ହ୍ରାସ ପାଇଛି । ଏଠାରେ ୭ଡିଗ୍ରୀ ତଳକୁ ପାରଦ ଖସିଛି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ଥିଲା ୩୩.୨ ଡିଗ୍ରୀ ସେଲସିୟସ । ଅନ୍ୟାନ୍ୟ ସହରରେ ମଧ୍ୟ ହ୍ରାସ ପାଇଛି ତାପମାତ୍ରା।

ଆଜି ଦିନ ୧୧ଟା ୩୦ ସୁଦ୍ଧା ବିଭିନ୍ନ ସହରର ରେକର୍ଡ ତାପମାତ୍ରା

ଭୁବନେଶ୍ୱର : ୩୩.୨ଡିଗ୍ରୀ ସେଲସିୟସ
ବାଲେଶ୍ୱର : ୩୬.୦ଡିଗ୍ରୀ
ଚାନ୍ଦବାଲି : ୩୨.୦ଡିଗ୍ରୀ
ପାରାଦୀପ : ୩୨.୬ଡିଗ୍ରୀ
ଗୋପାଳପୁର : ୩୧.୦ଡିଗ୍ରୀ
ପୁରୀ : ୩୩.୪ଡିଗ୍ରୀ
ଝାରସୁଗୁଡା : ୩୨.୬ଡିଗ୍ରୀ
କେନ୍ଦୁଝର : ୨୮.୦ଡିଗ୍ରୀ
ସମ୍ବଲପୁର : ୩୦.୦ଡିଗ୍ରୀ
ହୀରାକୁଦ : ୨୯.୨ଡିଗ୍ରୀ