ଲୋକ କୈନ୍ଦ୍ରିକ ଯୋଜନାର ସଫଳ କାର୍ଯ୍ୟକାରିତା: ଶ୍ରେଷ୍ଠ ତିନିଟି ଖୁସି ରାଜ୍ୟ ମଧ୍ୟରେ ଓଡ଼ିଶା | News Room Odisha

ଲୋକ କୈନ୍ଦ୍ରିକ ଯୋଜନାର ସଫଳ କାର୍ଯ୍ୟକାରିତା: ଶ୍ରେଷ୍ଠ ତିନିଟି ଖୁସି ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର – ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ପ୍ରଥମ ତିନି ସ୍ଥାନରେ ରହିଛି ଓଡ଼ିଶା । ଖୁସି ରାଜ୍ୟ ତାଲିକାର ତିନି ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ଗତଥର ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିଲା । ଏଥର ୧୩ଟି ସ୍ଥାନ ଆଗକୁ ଡେଇଁଛି ଓଡ଼ିଶା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ କରି ସୂଚନା ଦେଇଛି । ଇଂରାଜୀ ସାପ୍ତାହିକ ପତ୍ରିକା ଦି ୱିକ୍ ଏହି ତାଲିକା ପ୍ରକାଶ କରିଛି । ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ରାଜ୍ୟ ସରକାରଙ୍କ ଲୋକ କୈନ୍ଦ୍ରିକ ନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତା ଲୋକଙ୍କୁ ଖୁସି କରୁଛି।