ଗଜପତି ଜିଲ୍ଲା ନୂଆଗଡରେ ଅଟୋ ଓଲଟି ୨ ମୃତ, ୭ ଗୁରୁତର | News Room Odisha

ଗଜପତି ଜିଲ୍ଲା ନୂଆଗଡରେ ଅଟୋ ଓଲଟି ୨ ମୃତ, ୭ ଗୁରୁତର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୂଆଗଡ ଠାରୁ କେରେଡାଙ୍ଗ ଘାଟି ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଅଟୋ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ଅଟୋଟି ଘାଟି ରାସ୍ତାରେ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଫଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟ ୭ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ନୂଆଗଡ ବ୍ଲକ୍ ଖଜୁରୀପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।