କାଳବୈଶାଖୀ ଆଣିଲା ଆଶ୍ୱସ୍ତି, କାଲିଠାରୁ ୨୬ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା | News Room Odisha

କାଳବୈଶାଖୀ ଆଣିଲା ଆଶ୍ୱସ୍ତି, କାଲିଠାରୁ ୨୬ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର -ପ୍ରଚଣ୍ଡ ଗରମରୁ ମିଳିଲା ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିଛି । ତାପମାତ୍ରା ହ୍ରାସ ପାଇଛି । ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୧୩ ଡିଗ୍ରୀ ହ୍ରାସ ପାଇଁ ଦିନ ସାଢେ ୨ଟା ସୁଦ୍ଧା ଥିଲା ୨୯ ଡିଗ୍ରୀ ସେଲସିୟସ । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାରଦ ଖସିଛି। ସେପଟେ ରାଜ୍ୟରେ ୨୬ ଯାଏ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆଜି ଓ କାଲି ବର୍ଷା ନେଇ ୧୭ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦ରୁ ୪୦ କିମି ବେଗରେ ପବନ ବହିପାରେ । କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।