ପଞ୍ଚଭୂତରେ ଲୀନ ହେଲେ ଦେବାଶିଷ | News Room Odisha

ପଞ୍ଚଭୂତରେ ଲୀନ ହେଲେ ଦେବାଶିଷ

ସତ୍ୟବାଦୀ, ପୁରୀ – ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ । ଶୋକାକୁଳ ପରିବେଶ ଓ ଦେବାଶିଷ ଅମର ରହେ ଧ୍ବନିରେ ସତ୍ୟବାଦୀର ଅଳଗୁମ ଗାଁ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେବାଶିଷଙ୍କୁ ତାପମାତ୍ରା ସାନଭାଇ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ପୂର୍ବରୁ ସହିଦ ଦେବାଶିଷଙ୍କୁ ତୋପ ସଲାମୀ ଦିଆଯାଇଥିଲା ।

ଶେଷ ଦର୍ଶନ ସହ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ଗ୍ରାମବାସୀ। ଶୋକରେ ବୁଡି ଯାଇଥିଲା ଗାଁ। ଆଜି ସକାଳେ ଦେବାଶିଷଙ୍କ ମରଶରୀର ଓଡ଼ିଶାରେ ପହଞ୍ଚିଥିଲା । ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିଲା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦେବାଶିଷଙ୍କ ପତ୍ନୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ । ଗୁରୁବାର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ଦେବାଶିଷ। ରାଷ୍ଟ୍ରୀୟ ରାଇଫଲ୍ସରେ ସେ କାର୍ଯ୍ୟରତ ଥିଲେ । ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।