ଝାରସୁଗୁଡ଼ା ଉପନିର୍ବାଚନରେ ୯ ପ୍ରାର୍ଥୀ | News Room Odisha

ଝାରସୁଗୁଡ଼ା ଉପନିର୍ବାଚନରେ ୯ ପ୍ରାର୍ଥୀ

ଝାରସୁଗୁଡ଼ା – ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀ ରହିଛନ୍ତି । କେବ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡ଼ିଆ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଗର୍ଡ଼ିଆଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀ ରହିଛନ୍ତି । ୩ ପ୍ରମୁଖ ଦଳ – ବିଜେଡି, ବିଜେପି, କଂଗ୍ରେସ ସମେତ ୬ଟି ରାଜନୈତିକ ଦଳଙ୍କ ପ୍ରାର୍ଥୀ ଓ ୩ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି ମଇଦାନରେ ଅଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆସନ୍ତାମାସ ୧୦ ତାରିଖରେ ହେବ ଭୋଟ ଗ୍ରହଣ।