୩ କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ମାଫିଆ ଫେରାର | News Room Odisha

୩ କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ମାଫିଆ ଫେରାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳୀକୁପା ଜଙ୍ଗଲ ଅଞ୍ଚଳରୁ ବ୍ୟାପକ ପରିମାଣ ଗଞ୍ଜେଇ ପୁଲିସ ଜବତ କରିଛି । ଉକ୍ତ ଅଂଚଳରେ ଗଞ୍ଜେଇ ଚୋରା କାରବାର ଚାଲିଥିବା ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କୌଣସି ସୂତ୍ରରୁ ଖବର ପାଇଥିଲେ । ତାଙ୍କ ନିର୍ଦେଶମତେ ମନମୁଣ୍ଡା ଆଇଆଇସି ଅଶ୍ବିନୀ ଭିତିରିଆ ଏକ ପୁଲିସ ଟିମ ସହ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ପୁଲିସ ଆସିବା ଜାଣିପାରି ଗଞ୍ଜେଇ ମାଫିଆମାନେ ଫେରାର ମାରିଥିଲେ । ତେବେ ଚୋରା ଚାଲାଣ ପାଇଁ ସେଠାରେ ଗଦାକରି ରଖୁଥିବା ଗଞ୍ଜେଇ ପୁଲିସ ଜବତ କରିଥିଲା । ଜବତ ଗଞ୍ଜେଇ ଓଜନ କରିବାରେ ୩୮ କୁଇଣ୍ଟାଲ ୧୧ କେଜି ହୋଇଥିଲା । ଯାହାର ମୂଲ୍ୟ ୩ କୋଟି ୮୦ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି ।