ଛତିଶଗଡ଼ ନକ୍ସଲ ଆକ୍ରମଣକୁ କଡ଼ା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ୩ଟି ଜିଲ୍ଲାରେ ହାଇ ଆଲର୍ଟ  | News Room Odisha

ଛତିଶଗଡ଼ ନକ୍ସଲ ଆକ୍ରମଣକୁ କଡ଼ା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ୩ଟି ଜିଲ୍ଲାରେ ହାଇ ଆଲର୍ଟ 

ଭୁବନେଶ୍ୱର – ଛତିଶଗଡ଼ର ଦାନ୍ତେୱ।ଡାରେ ନକ୍ସଲଙ୍କ ଆଇଡି ବିସ୍ଫୋରଣକୁ କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି କରି ନକ୍ସଲମାନେ କାପୁରୁଷତାର ପରିଚୟ ଦେଇଛନ୍ତି । ସହିଦ ପୋଲିସକର୍ମୀଙ୍କ ବଳିଦାନକୁ ମୁଖ୍ୟମନ୍ତ୍ରୀ ସଲାମ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଛତିଶଗଡ଼ ନକ୍ସଲ ଆକ୍ରମଣ ପରେ ଓଡିଶାର ତିନି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ତିନି ଜିଲ୍ଲାରେ ପାଟ୍ରୋଲିଂ ଜୋରଦାର କରିବା ସହ ବ୍ଲକିଂ ଓ ଚେକିଂ କଡାକଡି କରିବାକୁ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି।