ସାରା ସହରରୁ ଉଠିବ କର୍ଫ୍ୟୁ -ଏସପି  | News Room Odisha

ସାରା ସହରରୁ ଉଠିବ କର୍ଫ୍ୟୁ -ଏସପି 

ସମ୍ବଲପୁର : ସମ୍ବଲପୁରରେ ହିଂସା ପରେ ସହରର ୬ଟି ଥାନାରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଇତିମଧ୍ୟରେ ୪ଟି ଥାନାରୁ କର୍ଫ୍ୟୁ ପ୍ରତ୍ୟାହାର ହୋଇସାରିଛି। ଆଉ ବଳକା ୨ ଥାନା ଅଞ୍ଚଳରେ କେବଳ ନାଇଟ୍ କର୍ଫ୍ୟୁ ଜାରି ଥିବା ବେଳେ ରାତି ସୁଦ୍ଧା ଏହାକୁ ପ୍ରତ୍ୟାହାର କରାଯାଇପାରେ ବୋଲି ଏସ୍ପି ବାତୁଲା ଗଙ୍ଗାଧର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସହରରେ ସଂପୂର୍ଣ ଭାବେ ଶାନ୍ତି ଫେରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଉଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ସୋସିଆଲ ମିଡିଆରେ ଆପତ୍ତିଜନକ ତଥା ଘୃଣା ସୃଷ୍ଟିକାରୀ ପୋଷ୍ଟିଂ କରି ୧୬ ଜଣ ଗିରଫ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହାଛଡା ଏଭଳି ଆପତ୍ତିଜନକ ପୋଷ୍ଟିଂ ନ କରିବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଆଉ ଏନେଇ ସୋସିଆଲ ମିଡିଆ ମନିଟରିଂ ପାଇଁ ଏକ ସ୍ବତନ୍ତ୍ର ସେଲ ଖୋଲାଯାଇଥିବା ବେଳେ ଏହି ସେଲ ସବୁ ବେଳେ ସୋସିଆଲ ମିଡିଆ ଉପରେ ନଜର ରଖିଥିବା କହିଛନ୍ତି।