ବିଭିନ୍ନ ରେଳ ଓ ଏନ୍ଏଚ୍ ପ୍ରକଳ୍ପର ଅଗ୍ରଗତି ନେଇ ଆରଡିସିଙ୍କ ସମୀକ୍ଷା | News Room Odisha

ବିଭିନ୍ନ ରେଳ ଓ ଏନ୍ଏଚ୍ ପ୍ରକଳ୍ପର ଅଗ୍ରଗତି ନେଇ ଆରଡିସିଙ୍କ ସମୀକ୍ଷା

ସମ୍ବଲପୁର: ଆଜି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷ ଠାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼. ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଳବାଇ ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର, ସମ୍ବଲପୁର-ତାଳଚେର ଡବ୍ଲିଙ୍ଗ , ସମ୍ବଲପୁର-ଟିଟିଲାଗଡ଼ ଡବ୍ଲିଙ୍ଗ, ବୃନ୍ଦାମାଲ -ଝାରସୁଗୁଡା, ଆଇବି ଫ୍ଲାଇ ଓଭର, ସେଲଗାଁ -ବୁଢାପଙ୍କ ଫୋର ଲାଇନ, ଅନୁଗୁଳ-ସୁକିନ୍ଦା, ରାଞ୍ଚି-ବନ୍ଦମୁଣ୍ଡା ଓ ବନ୍ଦମୁଣ୍ଡା ଫୋର ଲାଇନ | ସେହିପରି ବିଭିନ୍ନ ଜଳସେଚନ ପ୍ରକଳ୍ପ ଯେପରି ଲୋୟେର ସୁକତେଲ ଇରିଗେସନ ପ୍ରକଳ୍ପ, କାନପୁରୀ ଇରିଗେସନ ପ୍ରକଳ୍ପ, ରେଙ୍ଗାଲି ଇରିଗେସନ ପ୍ରକଳ୍ପ, ରେଙ୍ଗାଲି ଡାହାଣ କେନାଲ ସିଷ୍ଟମ, ଦେଓ ପ୍ରକଳ୍ପ, ହୀରାକୁଦ ସ୍ପିଲୱେ ଇତ୍ୟାଦି। ତାଳଚେର – ବିମଳାଗଡ଼ ରେଳ ଲିଙ୍କ ପ୍ରକଳ୍ପ, ଅନୁଗୁଳ-କଟକ, ବନରପାଳରୁ ଗଦୀବନ୍ଧ ( ଏନ୍ଏଚ ୧୪୯୵୫୩), ତାଳଚେର-ଡୁବୁରି -ଚଣ୍ଡିଖୋଲ (ଏନ୍ଏଚ୍- ୫୩), ବୀରମିତ୍ରପୁରରୁ ବ୍ରାହ୍ମଣୀ ବାଇପାସ ଏଣ୍ଡ ଅଫ, ରାଜାମୁଣ୍ଡା ରୁ ବାରକୋଟ ସେକ୍ସନ, କୋଇଡାରୁ ରାଜାମୁଣ୍ଡା, ସିଂହାରା ରୁ ବିଞ୍ଜବାହାଲ ସେକ୍ସନ ଫୋର ଲାଇନ, ପାଣିକୋଇଲି ରୁ ରିମୁଳି ସେକ୍ସନ ଅଫ ଏନ୍ଏଚ୍ ୨୧୫ (ନୂତନ ଏନ୍ଏଚ୍ ୨୦) ଫୋର ଲେନିଂ , ବିଞ୍ଜବାହାଲ -ତିଳେଇବଣି ସେକ୍ସନ ଅଫ ଏନ୍ଏଚ୍୬ ଫୋର ଲେନିଂ, ସମ୍ବଲପୁର ରିଂ ରୋଡ଼, ଅନୁଗୁଳ-ସମ୍ବଲପୁର ଏନ୍ଏଚ, ତିଳେଇବଣି -ସମ୍ବଲପୁର, ରେଢ଼ାଖୋଲ ବାଇପାସ ଆଦିର ସମୀକ୍ଷା କରିଛନ୍ତି। ବୈଠକରେ ଜଳସେଚନ, ଜାତୀୟ ରାଜପଥ, ରେଳୱେ ଅଧିକାରୀ ଏବଂ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ଆରଡିସି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।