ପୂଜାର ହାତ ଧରିଲେ ପ୍ରମୋଦ, ଶିଶୁ ଯତ୍ନ ଅନୁଷ୍ଠାନରେ ବଢିଥିଲେ ପୂଜା | News Room Odisha

ପୂଜାର ହାତ ଧରିଲେ ପ୍ରମୋଦ, ଶିଶୁ ଯତ୍ନ ଅନୁଷ୍ଠାନରେ ବଢିଥିଲେ ପୂଜା

ସମ୍ବଲପୁର: ଆଜି ଧନକଉଡା ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ପୂଜା ଦେବନାଥର ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ବରପାଲି ନିବାସୀ ପାର୍ବତୀ ପଣ୍ଡା ଓ ଅଭିମନ୍ୟୁ ପଣ୍ଡାଙ୍କ କନିଷ୍ଠ ପୁତ୍ର ପ୍ରମୋଦ ପଣ୍ଡାଙ୍କୁ ବିବାହ କରିଛନ୍ତି ପୂଜା। ବର କନ୍ୟା ଏବଂ ଉଭୟ ପକ୍ଷର ସମ୍ମତି କ୍ରମେ ଏହି ବିବାହ ସମ୍ପନ୍ନ ହୋଇଛି। ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ବିବାହ ସହାୟତା ରାଶି ଜିଲ୍ଲା ପ୍ରଶାସନ ତରଫରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କନ୍ୟା ମାତା ଭାବେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର କନ୍ୟା ଦାନ କରିଛନ୍ତି। ହିନ୍ଦୁ ଧର୍ମର ସମସ୍ତ ରୀତି ନୀତିରେ ଏହି ବାହାଘର ସମ୍ପନ୍ନ ହେଇଛି। ସମ୍ବଲପୁରର ପୂର୍ବତନ ବିଧାୟିକା ଡ଼ ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଉମାକାନ୍ତ ରାଜ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ସମେତ ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଡେପୁଟି କଲେକଟର ଆଦିତ୍ୟ ପଣ୍ଡା, ମିତାଲି ମଧୁସ୍ମିତା ଦଳାଇ, ଜିଲ୍ଲା ଶ୍ରମ ଅଧିକାରୀ ସୁମିତ୍ରା ମାଝୀ, ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଏନ୍ଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି, ଡିପିଏମ ଏନଏଚଏମ ଡ଼ ମୌସୁମୀ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ବର କନ୍ୟା କୁ ଆଶୀର୍ବାଦ ଦେଇଥିଲେ।