ଉତ୍କଳ ଗୌରବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଉତ୍କଳ ଗୌରବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଆ ସ୍ୱାଭିମାନର ମହାମନିଷୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ଜୟନ୍ତୀ। ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ଯତମ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଜାତିର ସ୍ଵାଭିମାନ ସୁରକ୍ଷା ସହ ଭାଷା, ସାହିତ୍ୟର ପ୍ରସାର ଏବଂ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାରେ ବହୁମୂଲ୍ୟ ଅବଦାନ ପାଇଁ ଉତ୍କଳ ଗୌରବ ଚିରସ୍ମରଣୀୟ।