ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ଏକ ହାତୀ ଆକ୍ରମଣରେ ମୃତ୍ୟୁ | News Room Odisha

ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ଏକ ହାତୀ ଆକ୍ରମଣରେ ମୃତ୍ୟୁ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଉପଦ୍ରବ । ଏହି ବନାଞ୍ଚଳରେ ଆଜି ପୁଣି ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଜଣକ ମରଣ୍ଡା ଗ୍ରାମର ବୋଲି ଜଣାପଡିଛି। ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଆକ୍ରମଣରେ ଏହି ଅଞ୍ଚଳରେ ତିନି ଦିନରେ ତିନି ଜଣ ମହିଳାଙ୍କ ଜୀବନ ଯାଇଛି ।

ଗତ ୪ମାସ ମଧ୍ୟରେ ଅନୁଗୁଳ ବ୍ଳକ ଅଞ୍ଚଳରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଗଲାଣି।