ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ 'ଗୃହ କାର୍ଯ୍ୟ ଯୋଜନା' | News Room Odisha

ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ‘ଗୃହ କାର୍ଯ୍ୟ ଯୋଜନା’

ଛତ୍ରପୁର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି। ତେବେ ଏହି ଛୁଟି ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଠ ପଢ଼ା ଯେମିତି ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ସରକାରଙ୍କ ତରଫରୁ ପାଠ୍ୟକ୍ରମ ପ୍ରସ୍ତୁତି ମେ ୧ ତାରିଖରୁ ଚାଲୁ ରଖିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି।

ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଆଦେଶ ପ୍ରକାରେ ଜିଲ୍ଲାରେ ଦୁଇ ଗୋଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହାଦ୍ବାରା ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକଗଣ ଦୈନନ୍ଦିନ କାର୍ଯ୍ୟକ୍ରମ ଗୁଡ଼ିକ ତଦାରଖ କରିପାରିବେ। ସୋମବାର ୧ ତାରିଖ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଅବଗତ ହୋଇ ପାରିବେ।

ଗଞ୍ଜାମ ଜିଲ୍ଲାର ଆସିକା, ବେଗୁନିଆପଡ଼ା, ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡା, ଛତ୍ରପୁର, ଚିକିଟି, ଧରକୋଟ, ଦିଗପହଣ୍ଡି, ଗଞ୍ଜାମ ଏବଂ ହିଞ୍ଜିଳିକାଟୁ ଭଳି ୧୧ ଗୋଟି ନିମନ୍ତେ ୧୮୦୦-୩୪୫-୨୩୮୫ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ସେହିପରି ଜଗନ୍ନାଥପ୍ରସାଦ, କବିସୂର୍ଯ୍ୟନଗର, ଖଲ୍ଲିକୋଟ , କୁକୁଡାଖଣ୍ଡି, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଶେରଗଡ, ସୋରଡା ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସକାଶେ ୧୮୦୦- ୩୪୫-୨୩୮୬ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି।