ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳାବାଘର ମୃତ୍ୟୁ | News Room Odisha

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳାବାଘର ମୃତ୍ୟୁ

ବାରିପଦା – ଶିମିଳିପାଳ ଅଭୟାରଣ୍ୟରେ ଏକ ବିରଳ କଳା ବାଘର ମୃତ୍ୟୁ ହୋଇଛି । ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଥିବା ଏଳଳ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି। ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପିସିସିଏଫ୍ କହିଛନ୍ତି । ମୃତ କଳାବାଘଟି ଅଣ୍ଡିରା ଥିଲା । ମୟୂରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ବାଘର ମୃତଦେହ ବନ ବିଭାଗ ଠାବ କରିଛି। ବାଘ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି।