ଜୁଲାଇ ୩୦ ତାରିଖରେ ହେବ ବାତିଲ ଓଏସଏସସି ଆକାଉଣ୍ଟାଣ୍ଟ ପରୀକ୍ଷା | News Room Odisha

ଜୁଲାଇ ୩୦ ତାରିଖରେ ହେବ ବାତିଲ ଓଏସଏସସି ଆକାଉଣ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର- ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ବାତିଲ ହୋଇଯାଇଥିବା ଓଏସଏସସି ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା ପୁଣି ଥରେ ହେବ । ଏ ବର୍ଷ ଜୁଲାଇ ୩୦ ତାରିଖରେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ । ଗୋଟିଏ ସିଟିଂରେ ଓଏମଆର ମୋଡରେ ପରୀକ୍ଷା ହେବ ।

ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ପରୀକ୍ଷା ବାତିଲ୍ ହୋଇଯାଇଥିଲା ।