ଖରାଛୁଟିରେ ବି ହେବ ପାଠପଢା, ଆଜିଠୁ ଆରମ୍ଭ ହେଲା 'ହଲିଡେ ହୋମୱର୍କ ପ୍ରୋଗ୍ରାମ'  | News Room Odisha

ଖରାଛୁଟିରେ ବି ହେବ ପାଠପଢା, ଆଜିଠୁ ଆରମ୍ଭ ହେଲା ‘ହଲିଡେ ହୋମୱର୍କ ପ୍ରୋଗ୍ରାମ’ 

ଭୁବନେଶ୍ୱର- ଖରା ଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ‘ହଲିଡେ ହୋମୱାର୍କ ପ୍ରୋଗ୍ରାମ’ ଓ ଜିଲ୍ଲାୱରୀ ଟୋଲ-ଫ୍ରି ନମ୍ବର ଜାରି କରିଛି । ଆଜିଠୁ ଛୁଟିରେ ହୋମୱାର୍କ କରାଇବା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ହୋମୱାର୍କ ସଂପର୍କିତ ପ୍ରଶ୍ନଗୁଡ଼ିକର ସିଧାସଳଖ ପ୍ରଶ୍ନର ଉତ୍ତର ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି ।

ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯାଇଛି । ଦୈନିକ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ହଲିଡେ ହୋମୱର୍କ ପ୍ରୋଗ୍ରାମ ଆଜିଠୁ କାର୍ଯ୍ୟକାରୀ ହୋଇଛି । ସରକାରୀ ଛୁଟି ଛାଡି ଅନ୍ୟ ସବୁ କାର୍ଯ୍ୟ ଦିବସରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି ।