କାଳବୈଶାଖୀ ପାଇଁ ଆଜି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | News Room Odisha

କାଳବୈଶାଖୀ ପାଇଁ ଆଜି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର – ଆଜି କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏଥିପାଇଁ ୪ଟି ଜିଲ୍ଲାକୁ ଜାରି କରାଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହି ସବୁ ଜିଲ୍ଲାରେ ଝଡ଼ପବନ ସହ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି ।

୩୦ରୁ ୪୦ କିଲୋମିଟର ମଧ୍ୟରେ ପବନ ମଧ୍ୟ ବହିପାରେ । ଏଣେ ଆସନ୍ତା ୫ ତାରିଖରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଓ ଶ୍ରୀଲଙ୍କା ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଅବପାତର ରୂପ ନେବା ଆଶଙ୍କା ରହିଛି । କିନ୍ତୁ ଏହା ବାତ୍ୟାରେ ପରିଣତ ହେବ କି ନାହିଁ, ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।