ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଜିଲ୍ଲାପାଳ ଯୋଡି | News Room Odisha

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଜିଲ୍ଲାପାଳ ଯୋଡି

ସମ୍ବଲପୁର: ଶେଷରେ ଦୁଇ ଚର୍ଚ୍ଚିତ ଆଇଏଏସ ଯୋଡି ସମ୍ବଲପୁର ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗୌହାଟିର ଏକ ତାରକା ହୋଟେଲରେ ଗତକାଲି ରାତିରେ ଏହି ବିବାହ ସଂପନ୍ନ ହୋଇଛି। ଦୁଇମାସ ତଳେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ମେହେନ୍ଦୀ ତଥା ସଂଗୀତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଞ୍ଚଳ ଏକ ଗାଢ ନୀଳ ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ଅନନ୍ୟା ଫିକା ପିଙ୍କ ରଙ୍ଗର ଲେହେଙ୍ଗାରେ ନୃତ୍ଯ କରୁଥିବା ଦୃଶ୍ଯ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆଉ ଗତକାଲି ବିବାହରେ ଚଞ୍ଚଳ ଧଳା ପଞ୍ଜାବୀ ମୁକୁଟରେ ବରବେଶରେ ଥିବା ବେଳେ ଅନନ୍ୟା ଲାଲ ରଙ୍ଗର ଶାଢି ପରିଧାନ କରିଥିବା ଦେଖିବାକୁ ମିଳିଛି। ଏଥିରେ ଉଭୟଙ୍କ ପରିବାର ସମେତ କିଛି ଖାସ୍ ବ୍ଯକ୍ତି ସାମିଲ ହୋଇଥିବା ଜଣାପଡିଛି। ଏହା ଉଭୟଙ୍କ ଦ୍ବିତୀୟ ବିବାହ ହୋଇଥିବା ବେଳେ ପୂର୍ବରୁ ଉଭୟେ ନିଜ ନିଜ ଜୀବନସାଥୀଙ୍କ ଠାରୁ ବିଚ୍ଛେଦ ହୋଇସାରିଛନ୍ତି। ସୂଚନାଯୋଗ୍ଯ ଯେ, ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବା ପରେ ଅନନ୍ୟା ବିବାହ ପାଇଁ ୨୦ ଦିନିଆ ଛୁଟିରେ ଅଛନ୍ତି।