ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ ଦାଶ | News Room Odisha

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ ଦାଶ

ପୁରୀ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ରଞ୍ଜନ ଦାଶ। ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲା ପରେ ସେ ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ସେବାରେ କାର୍ଯ୍ୟ କରିବେ ବୋଲି ରଞ୍ଜନ ଦାଶ କହିଛନ୍ତି। ଆଗକୁ ରଥଯାତ୍ରା ଥିବା ବେଳେ ତା ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେଇଛନ୍ତି । ସମସ୍ତଙ୍କ ସହ ସମନ୍ୱୟ ରକ୍ଷାକରି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଏହି ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ମହାପ୍ରଭୁଙ୍କ ଆଶୀର୍ବାଦ ରହିଥିବାରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଥିବା କହିଛନ୍ତି।