ଗୀତା ମାହାତ୍ମ୍ୟ: ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ । ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।। | News Room Odisha

ଗୀତା ମାହାତ୍ମ୍ୟ: ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ । ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ବିଭୁତି ଯୋଗ ସମ୍ବନ୍ଧରେ କହୁଛନ୍ତି : –

ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ ।
ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।।୩୦।।

ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟନ୍ତି । ସମୟ ବା କାଳ ସର୍ବଶ୍ରେଷ୍ଠ ନିୟାମକ ଅଟନ୍ତି, ଯାହା ବ୍ରହ୍ମାଣ୍ଡର ସର୍ବେର୍ାଚ୍ଚ ଶକ୍ତିଶାଳୀ ତତ୍ତ୍ୱକୁ ମଧ୍ୟ କ୍ଷୟ କରିଦିଏ ।ସିଂହ ଜଙ୍ଗଲର ରାଜା ଅଟେ ଏବଂ ପଶୁମାନଙ୍କ ମଧ୍ୟରେ ସିଂହ ଠାରେ ଭଗବାନଙ୍କର ଶକ୍ତି ପ୍ରତିଫଳିତ ହୋଇଥାଏ । ଗରୁଡ଼ ଭଗବାନ ବିଷ୍ଣୁଙ୍କର ଦିବ୍ୟ ବିମାନ ଅଟେ ଏବଂ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ।