କଫ୍‌ ସିରପ୍ ଜବତ, ୫ ଗିରଫ | News Room Odisha

କଫ୍‌ ସିରପ୍ ଜବତ, ୫ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ୍ ବିପୁଳ ପରିମାଣର କଫ୍‌ ସିରପ୍ ଜବତ କରିଛି। ଖପ୍ରାଖୋଲ ଥାନା ବଜଳସାଗର ଗାଁ ନିକଟରେ ଗୋଟିଏ କାରରୁ ଅନ୍ୟ ଏକ କାରକୁ ସ୍ଥାନାନ୍ତର କରୁଥିବା ବେଳେ ଧରିଥିଲା ପୋଲିସ ।

ଚଢ଼ାଉ ବେଳେ ୬୩୯ ବୋତଲ କଫ୍ ସିରପ୍ ସହ ୧୩୦୦ ଟଙ୍କା ଜବତ କରାଯିବା ସହ ବ୍ୟବହାର କରାଯାଇଥିବା ଦୁଇଟି କାର ସହ ଦୁଇଟି ମୋଟର ସାଇକେଲ ଓ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ପଦ୍ମପୁର ଦୁର୍ଯ୍ୟୋଧନ ସାହୁ ଜୟରାମ ତ୍ରିପାଠୀ ଲୋକେସ ନାୟକ ବେଳପଡାର ରଞ୍ଜନ ସ୍ବାଇଁ ଭୁର୍ସି ପାଲିର ଶ୍ରୀକାନ୍ତ ବେହେରା ବଲାଙ୍ଗୀର ହାତୀସାଲ ପଡ଼ାର । ଏ ମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବଜଳସାଗରରୁ ଗିରଫ କରାଯାଇଛି । ଖପ୍ରାଖୋଲ ପୋଲିସ ଏ ଦିଗରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ପୋଲିସ ସୂଚନା ଦେଇଛି ।