ସମ୍ବଲପୁରରେ ଓବିସି ସର୍ଭେ ଆରମ୍ଭ, ୧୦୩୮ପରିବାରରୁ ତଥ୍ୟ ସଂଗ୍ରହ | News Room Odisha

ସମ୍ବଲପୁରରେ ଓବିସି ସର୍ଭେ ଆରମ୍ଭ, ୧୦୩୮ପରିବାରରୁ ତଥ୍ୟ ସଂଗ୍ରହ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୧ ମଇରୁ ଆରମ୍ଭ ହେଇଛି ଓବିସି ଵର୍ଗ ବା ପଛୁଆ ଵର୍ଗ ସର୍ଭେ। ଏହି ଵର୍ଗର ସାମଜିକ ଏବଂ ଶିକ୍ଷାଗତ ସ୍ଥିତି ନେଇ ଏହି ସର୍ଭେ ଆରମ୍ଭ ହେଇଛି। ପରିବାର ର ମୁଖ୍ୟ ବା ବରିଷ୍ଠ ସଦସ୍ୟ ସର୍ଭେ କେନ୍ଦ୍ରକୁ ଯାଇ ନିଜର ଓ ପରିବାରର ତଥ୍ୟ ଦେଇପାରିବ। ପରିଚୟପତ୍ର ଭାବେ ଆଧାରକାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ ଓ ଭୋଟର ପରିଚୟ ପତ୍ର ସାଙ୍ଗରେ ନେବାକୁ ପଡିବ। ଯାହାର ରାସନ କାର୍ଡ ନାହିଁ ନମ୍ବର କୌଣସି ସଦସ୍ୟଙ୍କ ପରିଚୟ ପତ୍ର ନାହିଁ ସେମାନେ ବି ତଥ୍ୟ ଦେଇପାରିବେ। ୧ ମଇ ରୁ ଆରମ୍ଭ ହେଇଥିବା ଏହି ସର୍ଭେ ଆସନ୍ତା ୨୭ ତାରିଖ ଯାଏ ଚାଲିବ। ସୂଚନା ଯେ, ୧ ମଇ ସୁଦ୍ଧା ଜିଲ୍ଲାରେ ୧୦୩୮ ପରିବାର ସର୍ଭେରେ ସାମିଲ ହୋଇ ତଥ୍ୟ ଦେଇଛନ୍ତି। ଜିଲ୍ଲାର ନଅ ଗୋଟି ବ୍ଲକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ (କୁଚିଣ୍ଡା, ରେଢ଼ାଖୋଲ ) କୁ ମିଶେଇ ମୋଟ ୬୫୫ ଟି ସର୍ଭେ ସେଣ୍ଟର ରହିଛି।