ତିନି ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି  | News Room Odisha

ତିନି ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି 

ଭୁବନେଶ୍ୱର- ୧୯୯୦ ବ୍ୟାଚର ୩ ଜଣ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆଙ୍କୁ ଡିଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ସହ ଡିଜି ପାହ୍ୟାରେ ଏବେ ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କୁ ମିଶାଇ ମୋଟ ୯ଜଣ ବରିଷ୍ଠ ଆଇପିଏସ୍ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।ଅମ୍ରିତ ମୋହନ ପ୍ରସାଦ, ବି.ରାଧିକା ଓ ୱାଇ. ବି ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।