ବାତ୍ୟା ସୃଷ୍ଟି ହେଲେ ନାଁ ରହିବ 'ମୋଚା' , ୟେମେନ ସହର ନାମରେ ନାମିତ | News Room Odisha

ବାତ୍ୟା ସୃଷ୍ଟି ହେଲେ ନାଁ ରହିବ ‘ମୋଚା’ , ୟେମେନ ସହର ନାମରେ ନାମିତ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁସାରେ , ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୃର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ୯ ତାରିଖରେ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେଲେ, ଏହାର ନାଁ ‘ମୋଚା’ ରଖାଯିବ। ଏହି ନାଁକୁ ୟେମେନ ସୁପାରିଶ କରିଛି । ମୋଚା ହେଉଛି ୟେମେନର ଏକ ସହର ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ବାତ୍ୟା ଓ୍ବାର୍ଣ୍ଣିଂ ନାହିଁ। ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପ ସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହଯାଇଛି।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା ଓ ଗତିପଥ ସଂପର୍କରେ ଜଣାପଡିବ । ତେବେ ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପ ସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଛି ।