ଡ. ମଂଗଲୁ ବିଶ୍ବାଳଙ୍କ ଜନ୍ମ ଦିନରେ ସମ୍ବଲପୁରୀ ପତ୍ରିକା ଉଦିଆଁ ଉନ୍ମୋଚିତ | News Room Odisha

ଡ. ମଂଗଲୁ ବିଶ୍ବାଳଙ୍କ ଜନ୍ମ ଦିନରେ ସମ୍ବଲପୁରୀ ପତ୍ରିକା ଉଦିଆଁ ଉନ୍ମୋଚିତ

ସମ୍ବଲପୁର: ସମ୍ବଲପୁରୀ ଏବଂ ଓଡିଆ ସାହିତ୍ୟ ର ବରେଣ୍ୟ କବି, ପ୍ରାବନ୍ଧିକ ନାଟ୍ୟକାର ଡ. ମଂଗଲୁ ଚରଣ ବିଶ୍ବାଳଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ସମ୍ବଲପୁର ଅଧିଷ୍ଠାତ୍ରୀ ସମଲେଇଂକ ପୀଠରେ ସମ୍ବଲପୁରୀ ସାହିତ୍ୟ ପତ୍ରିକା ଉଦିଆଁ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟକ ଡ. ଶ୍ୟାମସୁନ୍ଦର ଧରଂକ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ଯ ଅତିଥି ଭାବରେ ପ୍ରଫେସର ଲଲିତ ମୋହନ ଦାସ ସାମିଲ ହୋଇଥିବା ବେଳେ ମୁଖ୍ଯ ବକ୍ତା ପଦ୍ମା ମହାପାତ୍ର, ଅନ୍ୟତମ ଅତିଥି ଡ ଦ୍ବରିକା ନାଥ ନାୟକ ବାଟକଢୁଆ ରାଜଶ୍ରୀ ପାଢୀ, ଡ ଗୌରୀଦାସ ପଧାନ ମୁଖ୍ୟ ସମ୍ପାଦକ ସୁଶୀଲ କୁମାର ତ୍ରୀପାଠୀ ସାମିଲ ହୋଇଥିଲେ। ପ୍ରାରମ୍ଭରେ ଡ. ମଂଗଲୁ ଚରଣ ବିଶ୍ବାଲଂକ ଫଟୋଚିତ୍ର ରେ ପୁଷ୍ପାଂଜଲି ଅର୍ପଣ କରାଯିବା ପରେ ସମ୍ବଲପୁରୀ ପତ୍ରିକା ଉଦିଆଁ ର ୧୯ ତମ ସଂଖ୍ୟା ଉନ୍ମୋଚନ କରାଯାଇ ଥିଲା। ଏହି ଅବସରରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ବାଟକଢୁଆ ରାଜଶ୍ରୀ ପାଢୀ ଉଦିଆଁ ର ଜନ୍ମରୁ ଆଜି ପର୍ୟ୍ଯନ୍ତ ଯାତ୍ରା ର ଅନୁଭୂତି ବଖାଣି ଥିଲେ। ଅନ୍ୟତମ ବାଟକଢୁଆ ଡ ଗୌରୀଦାସ ପଧାନ କହିଥିେଲ ଉଦିଆଁ ଆଜି ସମ୍ବଲପୁରୀ ଭାଷାର ପ୍ରମୁଖ ପତ୍ରିକା ଭାବେ ୧୯ ଟି ସଂଖ୍ଯା ପ୍ରକାଶ କରିସାରିଛି। ହେଲେ ବହୁ ପ୍ରମୁଖ ପତ୍ରିକା ପ୍ରୁଷ୍ଠପୋଷକତାର ଅଭାବରୁ ଅସମୟରେ ମ୍ରୁତ୍ୟୁ ମୁଖରେ ପଡୁଥିବା ବେଲେ ଉଦିଆଁ କୁ ଦିର୍ଘଜୀବି କରିବା ପାଇଁ ସମସ୍ତଂକ ସହଯୋଗ କାମନା କରିଥିଲେ। ଏହି ଅବସରରେ ମୁଖ୍ଯ ବକ୍ତା ପଦ୍ମା ମହାପାତ୍ର ମଂଗଲୁ ଚରଣ ବିଶ୍ବାଲଂକୁ ପଶ୍ଚିମାଞ୍ଚଳ ର କବି ଲେଖକ ମାନଂକ ମାର୍ଗଦର୍ଶକ ଭାବେ ବର୍ଣ୍ଣନା କରିବା ସହ ବିନା ଦ୍ବିଧାରେ ସମସ୍ତଂକୁ ନିଜର କରିପାରୁଥିଲେ। ଅନ୍ୟତମ ଅତିଥି ଡ ଦ୍ବାରିକାନାଥ ନାୟକ କହିଥିଲେ ଡ ବିଶ୍ବାଲ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିଥିଲେ। ତାଂକ ରଚିତ ଭୁଖା ନାଟକ ସର୍ବକାଳୀନ ନାଟକ ହୋଇପାରିଛି। ସେ ବହୁ କବି ଲେଖକଂକୁ ପ୍ରଭାବିତ ଏବଂ ଉତ୍ସାହିତ କରିଆସିଥିଲେ। ମହାଦ୍ରୁମ ସହ ସମସ୍ତଂକୁ ଆଶ୍ରୟ ଏବଂ ଆଶିର୍ବାଦ ପ୍ରଦାନ କରୁଥିଲେ। ତାଂକ ପରେ ସେମିତି ବ୍ଯକ୍ତି ତ୍ବ ମିଲିବା କଷ୍ଟକର। ତାଙ୍କର ଏକ ପ୍ରତିମୁର୍ତ୍ତି ସମ୍ବଲପୁର କିମ୍ବା ବାରଡୁଂଗରୀରେ ସ୍ଥାପନ ପାଇଁ ଦାବି କରିଥିଲେ। ମୁଖ୍ଯ ଅତିଥି ପ୍ରଫେସର ଲଲିତ ମୋହନ ଦାସ ମଂଗଲୁ ଚରଣ ବିଶ୍ବାଲଂକ ସ୍କୁଲ ଜୀବନ ବିଷୟରେ ସୁଚନା ଦେଇଥିଲେ। ଭୁଖା ଭଲି କାଲଜୟୀ ନାଟକ ଜରିଆରେ ସମାଜର ଗରୀବ ଏବଂ ସଂସ୍କୃତି କୁ ବଂଚାଇ ରଖିଥିବା ମଣିଷ ର କାହାଣୀ କୁ ବିଶ୍ବ ଦରବାରରେ ପହଂଚାଇ ବା ସହ ସମ୍ବଲପୁରୀ ଭାଷାର ପ୍ରସାର ଦିଗରେ ସାରା ଜୀବନ ତତ୍ପର ରହିଥିଲେ। ସଭାପତି ଡ ଶ୍ୟାମସୁନ୍ଦର ଧର କହିଥିଲେ ଗୁରୁ ସତ୍ଯ ନାରାୟଣ ବହିଦାରଂକ ପରେ ଡ ମଂଗଲୁ ଚରଣ ବିଶ୍ବାଲ ସମ୍ବଲପୁରୀ ସାହିତ୍ୟ ଏବଂ ସଂସ୍କୃତି ର ସେନାପତି ଭାବେ ସମସ୍ତଙ୍କୁ ଏକଜୁଟ କରି ରଖିଥିଲେ। ଉଦିଆଁ ର ମୁଖ୍ଯ ସମ୍ପାଦକ ସୁଶୀଳ ତ୍ରୀପାଠୀ ସମ୍ପାଦକୀୟ ବକ୍ତବ୍ଯ ରେ କହିଥିଲେ ସମ୍ବଲପୁରୀ ଭାଷା ଖଁଡ ଖିରସା ଲାଗସି ଖଁଡ ମଧୁର… କୁସେର ପନାକେ ଅଁଟେଇ ଦେଲେ ଯେନତା ଜମେନ ଗୁର। ଖେଡ ଖେଡ ଦରପଚା ଧାନେ ପରେ ମା’ର ହଲଦି ମଖା ମାଥବରୀ !!! ଦୁଇଟା ଭାଷାକୁ ଆୟତ କରିଥିବା ମଂଗଲମୁର୍ତି ସେ ସବୁଦିନ ଚିର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ କବି ଅନ୍ତଯ୍ୟାମୀ ପାଣିଗ୍ରାହୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ, ଝାରସୁଗୁଡା ଆଦି ବିଭିନ୍ନ ଅଂଚଲରୁ ସାହିତ୍ୟକ ମାନେ ସାମିଲ ହେବା ସହ ମତାମତ ଉପସ୍ଥାପନ କରିଥିଲେ। ଶେଷ ରେ ସହ ଉଦିଆଁ ର ସମ୍ପାଦକ କ୍ଷେତ୍ରମଣି ବିଭାର ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ସହ ସମ୍ପାଦକ କାଲିନ୍ଦି ପ୍ରତାପ ସିଂହ, ବସନ୍ତ ନାଥ, ପ୍ରେମ ସାଗର ଦେହେରିଆ, ରାଧାମୋହନ ପାଣ୍ଡେ, ନରେନ୍ଦ୍ର ମହାନ୍ତି, ତେଜରୁ ବାରିକ ପ୍ରମୁଖ ସହଯୋଗ କରିଥିଲେ।