ପୁରୁଷ ଜୁନିଅର ଏସିଆ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି  | News Room Odisha

ପୁରୁଷ ଜୁନିଅର ଏସିଆ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ତିନି ଖେଳାଳି 

ବେଙ୍ଗାଳୁରୁ – ଚଳିତ ମାସ ୨୩ ତାରିଖରୁ ଓମାନର ସାଲ୍ଲାରେ ଖେଳାଯିବାକୁ ଥିବା ପୁରୁଷ ଜୁନିଅର ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ଓଡିଶାର ତିନି ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମନଦୀପ ଲାକ୍ରା, ସୁଦୀପ ସିରମାକୋ ଓ ସୁନିତ ଲାକ୍ରା । ଉତ୍ତମ ସିଂହ ଦଳର ଅଧିନାୟକ ଓ ବବି ସିଂହ ଧାମିଙ୍କୁ ଉପ ଅଧିନାୟକ କରାଯାଇଛି । ଭାରତ ଗ୍ରୁପ ‘ଏ’ରେ ପାକିସ୍ତାନ, ଜାପାନ, ଥାଇଲାଣ୍ଡ ଓ ଚାଇନିଜ ତାଇପେଇ ସହ ସ୍ଥାନ ପାଇଛି । ଏ ବର୍ଷ ଡିସେମ୍ବରରେ ମାଲେସିଆରେ ହେବାକୁ ଥିବା ଜୁନିଅର ବିଶ୍ୱକପ ହକି ପାଇଁ ଏସିଆ କପ୍ ହେବ ଏକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା।