ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି | News Room Odisha

ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର- ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବେ । ଦିନ ୧୨ଟାରେ ରାଷ୍ଟ୍ରପତି ଶିମିଳିପାଳରେ ପହଞ୍ଚିବା ପରେ ସେଠାରେ ଅଢେଇ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ରହିବେ। ଏହାପୂର୍ବରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି।

ଆସନ୍ତାକାଲି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ପରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲା ପରେ ରାଇରଙ୍ଗପୁରସ୍ଥିତ ନିଜ ଘରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ନାଗରିକ ସମ୍ବର୍ଦ୍ଧନା ଦେବା ପରେ ରାଷ୍ଟ୍ରପତି ମହୁଲଡିହା ଘରେ ପହଞ୍ଚିଥିଲେ। ସେଠାରେ ରାତ୍ରଭୋଜନ କରିଥିଲେ ରାଷ୍ଟ୍ରପତି। ପୂର୍ତ୍ତ ବିଭାଗ ଆଇବିରେ ରାଷ୍ଟ୍ରପତିଙ୍କର ରାତ୍ରିଯାପନ କାର୍ଯ୍ୟକ୍ରମ ଥିଲା। ତେବେ ସେ ଆଇବି ବଦଳରେ ନିଜ ଘରେ ରହିଥିଲେ।