ଗ୍ରୀଷ୍ମ ଛୁଟିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା | News Room Odisha

ଗ୍ରୀଷ୍ମ ଛୁଟିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥା

ଭୁବନେଶ୍ୱର – ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟ – ଓଏଭି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଅନ୍‌ଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବାହ୍ନ ସମୟରେ ଅନୁଷ୍ଠିତ ହେବ ଓ ସେଥିପାଇଁ ଅନ୍‌ଲାଇନ ଶିକ୍ଷାଦାନ ସାରଣୀ ପ୍ରସ୍ତୁତ କରାଯିବ । ଏ ସଂକ୍ରାନ୍ତରେ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟକୁ ପଠାଯାଇଛି ।

ସେହିପରି ଜେଇଇ , ନିଟ୍ ଓ ପ୍ରତିରକ୍ଷା ପରୀକ୍ଷା ଭଳି ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ କୋଚିଂ ଯୋଗାଇ ଦିଆଯାଉଛି ।