ଆଜି ନିଟ୍ ପରୀକ୍ଷା, ଓଡ଼ିଶାରୁ ୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ | News Room Odisha

ଆଜି ନିଟ୍ ପରୀକ୍ଷା, ଓଡ଼ିଶାରୁ ୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ବର – ଆଜି ନିଟ୍-ୟୁଜି ପରୀକ୍ଷା । ରାଜ୍ୟର ୨୭ଟି ସହରରେ ୧୨୫ଟି କେନ୍ଦ୍ରରେ ପରୀକ୍ଷା ହେବ । ଏଥର ସାରା ଦେଶର ୨୦ଲକ୍ଷ ୫୯ହଜାର ୬ଜଣ ନିଟ୍ ୟୁଜି ପରୀକ୍ଷା ଦେଉଛନ୍ତି । ଓଡ଼ିଶାର ୫୬ ହଜାର ୯୮୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ଭୁବନେଶ୍ୱରରେ ୨୨ଟି ସେଣ୍ଟର କରାଯାଇଛି । ଭୁବନେଶ୍ବରରୁ ୧୪ ହଜାର ୪୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଣେ ଆସନ୍ତାକାଲିଠୁ ଆରମ୍ଭ ହେବ ଓଜେଇଇ ।