କେରଳ ମାଲାପୁରମ ଜିଲ୍ଲାରେ ବୋଟ୍ ଟ୍ରାଜେଡି, ୧୫ ମୃତ | News Room Odisha

କେରଳ ମାଲାପୁରମ ଜିଲ୍ଲାରେ ବୋଟ୍ ଟ୍ରାଜେଡି, ୧୫ ମୃତ

ଥିରୁଅନନ୍ତପୁରମ – କେରଳର ମାଲାପୁରମ ଜିଲ୍ଲାରେ ବୋଟ୍ ଟ୍ରାଜେଡି । ଜିଲ୍ଲାର ତନୁରଠାରେ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ଡଙ୍ଗାରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ।

ଉଦ୍ଧାର ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ତେବେ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି।