ଆରମ୍ଭ ହେଲା ଓଜେଇଇ, ତିନିଟି ସିଫ୍ଟରେ ପରୀକ୍ଷା | News Room Odisha

ଆରମ୍ଭ ହେଲା ଓଜେଇଇ, ତିନିଟି ସିଫ୍ଟରେ ପରୀକ୍ଷା

ଭୁବନେଶ୍ୱର- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇ ଆଜିଠୁ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ , ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟରେ ପରୀକ୍ଷା ହେବ।

ଆଜି ପ୍ରଥମ ଦିନ ଲାଟେରାଲ ଏଣ୍ଟ୍ରିଙ୍କ ପାଇଁ ପରୀକ୍ଷା ଥିବା ବେଳେ ଦ୍ୱିତୀୟ ଦିନରେ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବ। ସେହିପରି ୧୧ ତାରିଖରେ ଏମବିଏ, ୧୨ ତାରିଖରେ ବି. ଫାର୍ମା ପାଇଁ ପରୀକ୍ଷା ହେବ ।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯାଉଛି । ଓଜେଇଇ ୱେବସାଇଟ୍ www.ojee.nic.inwww.odishajee.com ମାଧ୍ୟମରେ ଅଧିକ ତଥ୍ୟ ମିଳିପାରିବ।