ଖୁବ୍ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ | News Room Odisha

ଖୁବ୍ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର – ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ । ଏହା ଥାଲାସେମିଆ ନିରାକରଣରେ ବଡ଼ ଅସ୍ତ୍ର ପାଲଟିବ । ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ ଫଳରେ ଜଣେ ଥାଲାସେମିଆ ରୋଗୀ ଅଧିକ ୩୦ ବର୍ଷ ବଞ୍ଚିବାର ଉଦାହରଣ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା କମ୍ ଅଛି । ଏଠାରେ ୩ ହଜାର ୫୪୮ ରୋଗୀ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସହ ଯାତାୟତ ଖର୍ଚ୍ଚ ବି ଦେଉଛନ୍ତି । ପଶ୍ଚିମ ଓଡିଶାର ୧୫ଟି ଜିଲ୍ଲାର ଏକ ଲକ୍ଷ ପିଲାଙ୍କୁ ନେଇ ସ୍କ୍ରିନିଂ ହୋଇଥିଲା । ଏଥିରୁ ୪ରୁ ୬ ପ୍ରତିଶତ ଥାଲାସେମିଆ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଉପକୂଳ ଓଡ଼ିଶାରେ ଏହି ରୋଗୀ ଅଧିକ ବୋଲି ରକ୍ତ ନିରାପତ୍ତା ଭାରପ୍ରାପ୍ତ ନିର୍ଦ୍ଦେଶିକା ଡାକ୍ତର ଉର୍ମିଳା ମିଶ୍ର କହିଛନ୍ତି।