ପିକଅପ୍ ଦୁର୍ଘଟଣାଗ୍ରସ୍ତ- ୩୦ ଆହତ, ୧୦ଗୁରୁତର, ଛତିଶଗଡ଼କୁ କୀର୍ତ୍ତନ ନାଚିବାକୁ ଯାଉଥିଲେ ପୁରା ଗ୍ରୁପ | News Room Odisha

ପିକଅପ୍ ଦୁର୍ଘଟଣାଗ୍ରସ୍ତ- ୩୦ ଆହତ, ୧୦ଗୁରୁତର, ଛତିଶଗଡ଼କୁ କୀର୍ତ୍ତନ ନାଚିବାକୁ ଯାଉଥିଲେ ପୁରା ଗ୍ରୁପ

ବରଗଡ଼: ବରଗଡ ଜିଲ୍ଲା ଭଟଲିରେ ଭୟଙ୍କର ସଡକ ଦୁର୍ଘଟଣା । ଆହତ ହେଲେ ୩୦ ଜଣ, ଗୁରୁତର ହେଲେ ୧୦ ଜଣ । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବା ପିକଅପ ଗାଡି ଓଲଟି ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଭେଡେନ ଥାନା ଅନ୍ତର୍ଗତ ଗୁଡ଼ି ଗାଁର କୀର୍ତ୍ତନ ଗ୍ରୁପ ଗୋଟିଏ ପିକଅପ ଭ୍ୟାନରେ ଛତିଶଗଡ ଯାଉଥିବା ବେଳେ ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ପିକଅପ ଭ୍ୟାନ ଭାରସ୍ୟାମ ହରାଇ ଲଟି ପଡିଥିଲା । ଫଳରେ ଗାଡି ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ । ପରେ ପରେ ସେମାନଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରଯାଇଥିବା ବେଳେ ସେଥିମଧ୍ୟରେ ୧୦ ଜଣ ଅତି ଗୁରୁତର ଅଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ପଠାଉଛି ।