ଲଗାତର ଦ୍ୱିତୀୟ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି, ଆଉ ଚାରି ଦିନ ଲାଗିରହିବ ଏଭଳି ସ୍ଥିତି | News Room Odisha

ଲଗାତର ଦ୍ୱିତୀୟ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି, ଆଉ ଚାରି ଦିନ ଲାଗିରହିବ ଏଭଳି ସ୍ଥିତି

ଭୁବନେଶ୍ୱର -ଲଗାତର ଦ୍ୱିତୀୟ ଦିନ ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହୋଇଛି ।ଆଜି ଦିନ ୨ ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ଥିଲା । ରାଜ୍ୟରେ ଆଗାମୀ ୪-୫ ଦିନ ଧରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ରାଜ୍ୟରେ ଆଉ ୪ ଦିନ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ନିମ୍ନରେ ଦିଆଗଲା ।

ଝାରସୁଗୁଡା: ୪୨.୨ ଡ଼ିଗ୍ରୀ
ସମ୍ବଲପୁର: ୪୧.୨ ଡ଼ିଗ୍ରୀ
ହୀରାକୁଦ: ୪୦ ଡ଼ିଗ୍ରୀ
ଚାନ୍ଦବାଲି:୩୮.୬ ଡ଼ିଗ୍ରୀ
ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ
ବାଲେଶ୍ୱର: ୩୬ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ଗୋପାଳପୁର: ୩୩.୬ ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ
କେନ୍ଦୁଝର: ୨୮.୮ ଡ଼ିଗ୍ରୀ