ବ୍ରହ୍ମପୁରରୁ ମୋହନା ଦେଇ ଜୟପୁର ଯାଏଁ ନିର୍ମାଣ ହେବ ବିଜୁ ଏକ୍ସପ୍ରେସ ଏକ୍ସପ୍ରେସ ୱେ -୨ : ୫-ଟି ସଚିବ | News Room Odisha

ବ୍ରହ୍ମପୁରରୁ ମୋହନା ଦେଇ ଜୟପୁର ଯାଏଁ ନିର୍ମାଣ ହେବ ବିଜୁ ଏକ୍ସପ୍ରେସ ଏକ୍ସପ୍ରେସ ୱେ -୨ : ୫-ଟି ସଚିବ

ମୋହନା – ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ମୋହନାରେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ୫-ଟି ସଚିବ କହିଛନ୍ତି ଯେ, ବ୍ରହ୍ମପୁରରୁ ମୋହନା ଦେଇ ଜୟପୁର ଯାଏ ହେବ ବିଜୁ ଏକ୍ସପ୍ରେସ ୱେ -୨ । ତିନି ବର୍ଷରେ ସରିବ ବିଜୁ ଏକ୍ସପେସ ୱେ-୨ କାମ । ବିଜୁ ଏକ୍ସପ୍ରେସ ୱେ-୨ରୁ ମୋହନାବାସୀ ବେଶୀ ଉପକୃତ ହେବେ । ୩ ଘଣ୍ଟା ବଦଳରେ ୪୫ ମିନିଟରେ ବ୍ରହ୍ମପୁରରେ ପହଞ୍ଚି ହେବ । ରାୟଗଡ଼ା ଯିବାକୁ ୪ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା ଲାଗିବ ବୋଲି କହିଛନ୍ତି ୫-ଟି ସଚିବ କହିଛନ୍ତି।