ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କାଲି ଭୋଟ, ନୂଆ ବିଧାୟକ ବାଛିବେ ୨ ଲକ୍ଷ ୨୧ ହଜାର ଭୋଟର  | News Room Odisha

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କାଲି ଭୋଟ, ନୂଆ ବିଧାୟକ ବାଛିବେ ୨ ଲକ୍ଷ ୨୧ ହଜାର ଭୋଟର 

ଝାରସୁଗୁଡା – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ନିଆଯିବ । ସମସ୍ତଙ୍କର ନଜର ଏହି ଉପନିର୍ବାଚନ ଉପରେ ରହିଛି । ପ୍ରତିଦ୍ବନ୍ଦିତା ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ହେଉଛି। ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ହେବ ଭୋଟ୍ ଗ୍ରହଣ। ଆସନ୍ତା ୧୩ରେ ହେବ ଭୋଟ ଗଣତି ।

ଭୋଟ୍ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଝାରୁସୁଗୁଡାର ସମସ୍ତ ବୁଥରେ ପୋଲିଂ ପାର୍ଟି ଇଭିଏମ ସହ ପହଞ୍ଚିିସାରିଛନ୍ତି । ୨୬ଟି ପିଙ୍କ ବୁଥରେ ମହିଳା ପୋଲିଂ ପାର୍ଟ ବି ପହଞ୍ଚିିଛନ୍ତି । ଭୋଟ ଗ୍ରହଣ ପାଇଁ ମୋଟ ୨୫୩ଟି ପ୍ରତିଷ୍ଠା କରାଯାଇଛି। ନିର୍ବାଚନମଣ୍ଡଳୀର ୨ ଲକ୍ଷ ୨୧ ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହେବେ । ସବୁ ବୁଥରେ ଶହେ ପ୍ରତିଶତ ୱେବ କାଷ୍ଟିଙ୍ଗ ହେବ ।

୬୯ଟି ସ୍ଥାନରେ ୧୧୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୬୯ ବୁଥରେ ମାଇକ୍ରୋ ଅବଜରଭର ରଖାଯାଇଛି ।ଦିବ୍ୟାଙ୍ଗଙ୍କ ଭୋଟଦାନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।