ବିଶ୍ବକବି ରବିନ୍ଦ୍ର ନାଥ ଜୟନ୍ତୀ ଅବସରରେ ଭାରତୀ ଭାଷା ଦିବସ ପାଳିତ  | News Room Odisha

ବିଶ୍ବକବି ରବିନ୍ଦ୍ର ନାଥ ଜୟନ୍ତୀ ଅବସରରେ ଭାରତୀ ଭାଷା ଦିବସ ପାଳିତ 

ସମ୍ବଲପୁର: ଭାରତ ଏବଂ ବାଂଲାଦେଶ ର ଜାତୀୟ ସଂଗୀତ ରଚନା କରିଥିବା ବିଶ୍ବକବି ରବିନ୍ଦ୍ର ନାଥ ଟେଗୋରଂକର ଜୟନ୍ତୀ ଅବସରରେ ଆଜି ଭାରତୀ ସମାଜ ପକ୍ଷରୁ ଆଭାସୀ ମାଧ୍ୟମରେ ଭାରତୀ ଭାଷା ଦିବସ ପାଲନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଫିଜିର ମୁଲବାସିନ୍ଦା ଏବଂ ଆମେରିକାରେ ଭାରତୀ ଭାଷା ସଂସ୍କୃତି ର ପ୍ରଚାରକ ଅଧ୍ୟାପକ ଦେବେନ୍ଦ୍ର ଦତ୍ତ ଶର୍ମା, ଉତ୍ତରପ୍ରଦେଶ ବଦାୟୁଁର ଅଧ୍ୟାପକ ଅଖିଲେଶ ଶଂଖଧାର, ଭାରତୀ ସମାଜର ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର, ମହାସଚିବ ସୁବୋଧ କୁମାର ଦୋରା, ପଶ୍ଚିମାଞ୍ଚଳ ଏକତା ମଂଚ ସୋନପୁର ସଂଯୋଜକ ଶଂକର୍ଷଣ ବାଗ, ସାହିତ୍ୟିକ ତରଣୀ ମେହେର, ଲମ୍ବୋଦର ବଢାଇ ପ୍ରମୁଖ ସାମିଲ ହୋଇଥିଲେ। ପ୍ରଥମେ ବିଶ୍ବ ଗୁରୁ ରବିନ୍ଦ୍ର ନାଥ ଟେଗୋରଂକୁ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ପରେ ଆଲୋଚନା କାର୍ଯ୍ୟକ୍ରମ ରେ ଭାରତୀ ଭାଷା ସମନ୍ବୟ ଶିର୍ଷକରେ ଚର୍ଚ୍ଚା କରାଯାଇ ଥିଲା। ଏଥିରେ ଅଧ୍ୟାପକ ଦେବେନ୍ଦ୍ର ଦତ୍ତ ଶର୍ମା ଭାରତକୁ ପାଠ ପଢିବା ପାଇଁ ଆସିଥିବା ଅଭିଜ୍ଞତା ବିଷୟ ରେ କହିଥିଲେ ଫିଜିରେ ହିନ୍ଦି ଭାଷାକୁ ଅତି ଆଦରର ସହ ପଢାଯାଉଛି। ମାତ୍ର ଭାରତରେ ଭାରତୀ ଭାଷା ପ୍ରତି ସେତିକି ଆଦର ନାହିଁ। ବରଂ ଇଂରାଜୀ ଭାଷା ଜାଣିଥିବା ଲୋକ ହିଁ ଜ୍ଞାନୀ ବୋଲି ବିଚ଼ାର କରାଯାଉଛି। ଏହି ହୀନମନ୍ୟତା ହିଁ ଭାଷାର ବିକାଶ ଦିଗରେ ଅନ୍ତରାୟ ସ୍ରୁଷ୍ଟି କରୁଛି। ସେହିପରି ଅଧ୍ୟାପକ ଅଖିଲେଶ ଶଂଖଧାର କହିଥିଲେ ଦେଶରେ ସବୁ ଭାଷା ପ୍ରତି ଆଦର ଭାବନା ତିଆରି କରିବାକୁ ପଡିବ। ଏଥିରେ ସବୁଠାରୁ ବଡ ସମସ୍ୟା ହେଉଛି ରାଜନିତୀ। ଆମକୁ ସାମାଜିକ ସ୍ତରରେ ଏଥିପାଇଁ କାମ କରିବାକୁ ପଡିବ। ସୁବୋଧ ଦୋରା ସରକାରୀ ସ୍ତରରେ ଭାଷା ସମନ୍ବୟ ପାଇଁ କରାଯାଉଥିବା ଉଦ୍ୟମ ବିଷୟ ରେ ସୁଚନା ଦେଇଥିଲେ। କାର୍ଯ୍ୟକ୍ରମ ରେ ଶଂକର୍ଷଣ ବାଗ ଏବଂ ତରଣୀ ମେହେର ସମ୍ବଲପୁରୀ ଭାଷା ସହ ଅନ୍ୟ ଭାଷାର ସମ୍ପର୍କ ବିଷୟ ରେ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ କୁ ଭାରତୀ ସମାଜ ର ସଂଚାଲକ ଭବାନୀଶ ଭୋଇ ସଂଯୋଜନା କରିବା ସହ ଭାଷା ସମନ୍ବୟ ପାଇଁ ବୈଷୟିକ ଶବ୍ଦକୋଷ ରେ ସବୁ ଭାରତୀ ଭାଷା ର ଶବ୍ଦ ର ସମନ୍ବୟ ପାଇଁ ଚେ଼ଷ୍ଟା କରିବା ଜରୁରୀ ବୋଲି ମତ ଦେଇଥିଲେ। ଶେଷରେ ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର ଧନ୍ଯବାଦ ଅର୍ପଣ କରିଥିଲେ।