ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସଂଧ୍ୟାରେ ନେବ ବାତ୍ୟାର ରୂପ | News Room Odisha

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସଂଧ୍ୟାରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର- ବଙ୍ଗୋପ ସାଗରରେ ସକ୍ରିୟ ଅବପାତ ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେବ । ପରେ ଏହା ରିକର୍ଭ କରି ଗତି କରିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।