ଦିନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୫୫ ଦଶମିକ ୨୦ ପ୍ରତିଶତ ମତଦାନ | News Room Odisha

ଦିନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୫୫ ଦଶମିକ ୨୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ଏହା ସଂଧ୍ୟା ୬ଟା ଯାଏଁ ଚାଲିବ। ଗରମ ସତ୍ତ୍ୱେ ଭୋଟ ଦେବା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନ ୩ଟା ସୁଦ୍ଧା ୫୫ ଦଶମିକ ୨୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମତଦାନ ପାଇଁ ୨୫୩ଟି ବୁଥ ପ୍ରତିଷ୍ଠା କରାଯାଇଛି । ୨ ଲକ୍ଷ ୨୧ ହଜାରରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ।