ଲଗାତର ତୃତୀୟ ଦିନରେ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର | News Room Odisha

ଲଗାତର ତୃତୀୟ ଦିନରେ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର-ଆଜି ଲଗାତର ତୃତୀୟ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ସମ୍ବଲପୁରରେ ତାପମାତ୍ରା ଥିଲା ୪୨ ଦଶମିକ ୪ ଡିଗ୍ରୀ ସେଲସିୟସ । ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରେ ନଜର ପକାଇବା ‌।

ସମ୍ବଲପୁର: ୪୨.୪ ଡ଼ିଗ୍ରୀ
ଝାରସୁଗୁଡା: ୪୧.୮ ଡ଼ିଗ୍ରୀ
ହୀରାକୁଦ: ୪୧.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୭.୬ ଡ଼ିଗ୍ରୀ
ବାଲେଶ୍ୱର: ୩୪.୮ ଡ଼ିଗ୍ରୀ
କେନ୍ଦୁଝର: ୩୪.୬ ଡ଼ିଗ୍ରୀ
ପୁରୀ: ୩୪.୨ ଡ଼ିଗ୍ରୀ
ଗୋପାଳପୁର: ୩୩.୬ ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ