ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ  | News Room Odisha

ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ 

ବ୍ରହ୍ମପୁର: ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ବୁଧବାର ପୂର୍ବାହ୍ନରେ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ପରିଦର୍ଶନ କରିଛନ୍ତି। ଏୟାର୍ ଷ୍ଟ୍ରିପ୍ ସମ୍ପ୍ରସାରଣ ବାବଦରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ବିମାନ ବନ୍ଦର ପାଇଁ ଜମି ଅଧିଗ୍ରହଣ କରି ୯୩୦ ମିଟର ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଟେଣ୍ଡର୍ ଆହ୍ବାନ କରାଯାଇଛି। ଏହାକୁ ଆଉ ୫୦୦ ମିଟର ଅଧିକ ସମ୍ପ୍ରସାରଣ କରାଯିବ। ଗୋପାଳପୁର- ବ୍ରହ୍ମପୁର ମୁଖ୍ୟ ସଡ଼କ ଦିଗରେ ସମ୍ପ୍ରସାରଣ କରାଯିବ। ଏବେ ୯ ସିଟ୍ ବିଶିଷ୍ଟ ଛୋଟ ବିମାନ ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ ହେଉଛି। ଭବିଷ୍ୟତରେ ୭୨ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ଯୋଜନା ରହିଛି। ତାହା ସହ ଭୁବନେଶ୍ୱର ବ୍ୟତୀତ ବିଶାଖାପାଟଣାକୁ ବିମାନ ଚଳାଚଳ ଯୋଜନା ରହିଛି।

ବୁଧବାର ଆଲୋଚନା ବେଳେ ମୁଖ୍ୟ ସଚିବଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ତାରା ମିଶ୍ର, ଇଞ୍ଜିନିୟର ଇନ୍ ଚିଫ୍ ମନୋରଞ୍ଜନ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ତପନ ପାଣିଗ୍ରାହୀ, ଜମି ଅଧିଗ୍ରହଣ ବିଭାଗ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।