ଗୀତା ଉପଦେଶ:  ଭଗବାନ ସର୍ବସାକ୍ଷୀ ଅଟନ୍ତି ଏବଂ ଆମର କର୍ମଫଳ ପ୍ରଦାୟକ ଅଟନ୍ତି , ତେଣୁ ଏହି ସିଦ୍ଧାନ୍ତରେ ଉପନୀତ ହେବା ପ୍ରତ୍ୟେକ ଜୀବର କର୍ତ୍ତବ୍ୟ  | News Room Odisha

ଗୀତା ଉପଦେଶ:  ଭଗବାନ ସର୍ବସାକ୍ଷୀ ଅଟନ୍ତି ଏବଂ ଆମର କର୍ମଫଳ ପ୍ରଦାୟକ ଅଟନ୍ତି , ତେଣୁ ଏହି ସିଦ୍ଧାନ୍ତରେ ଉପନୀତ ହେବା ପ୍ରତ୍ୟେକ ଜୀବର କର୍ତ୍ତବ୍ୟ 

ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ୱର୍ଯ୍ୟର ଯଶୋଗାନ କରିଛନ୍ତି ଏବଂ ସମସ୍ତ ଭୌତିକ ଜଗତର ଆର୍ବିଭାବ ଓ ତିରୋଭାବର କାରଣ ଭାବେ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ସ୍ୱୀକୃତି ଦେଇଛନ୍ତି ।

ଭବାପ୍ୟୟୌ ହି ଭୂତାନାଂ ଶ୍ରୁତୌ ବିସ୍ତରଶୋ ମୟା ।
ତ୍ୱତ୍ତଃ କମଳପତ୍ରାକ୍ଷ ମାହାତ୍ମ୍ୟମପି ଚାବ୍ୟୟମ୍ ।।୨।।

ଅର୍ଥାତ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କମଳ ପତ୍ରାକ୍ଷ ସମ୍ବୋଧନ କରିଛନ୍ତି, ଅର୍ଥାତ୍ ଯାହାର ଚକ୍ଷୁଦ୍ୱୟ ପଦ୍ମଫୁଲ ପରି ବିଶାଳ, କୋମଳ, ସୁନ୍ଦର, ନମନୀୟ ଏବଂ ଉଦାର ଗୁଣଯୁକ୍ତ ଅଟେ । ହେ ଶ୍ରୀକୃଷ୍ଣ, ମୁଁ ଆପଣଙ୍କ ଠାରୁ ଆପଣଙ୍କର ଅକ୍ଷୁର୍ଣ୍ଣ ଯଶସ୍ୱୀ ବିଭୂତି ସବୁ ଶୁଣିଲି । ଯଦିଓ ଆପଣ ସମସ୍ତଙ୍କ ମଧ୍ୟରେ ନିବାସ କରନ୍ତି, ଆପଣ ସେମାନଙ୍କର ଅବଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଯଦିଓ ଆପଣ ପରମ ନିର୍ଣ୍ଣାୟକ ଅଟନ୍ତି, ତଥାପି ଆପଣ ଅକର୍ତ୍ତା ଅଟନ୍ତି ଏବଂ ଆମ୍ଭ ମାନଙ୍କର କର୍ମ ପାଇଁ ଦାୟୀ ନୁହନ୍ତି ।