ଝାରସୁଗୁଡ଼ାରେ ମତଦାନ ହାର ୭୮ ଦଶମିକ ୭ ପ୍ରତିଶତ | News Room Odisha

ଝାରସୁଗୁଡ଼ାରେ ମତଦାନ ହାର ୭୮ ଦଶମିକ ୭ ପ୍ରତିଶତ

ଝାରସୁଗୁଡ଼ା – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ୍ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ମତଦାନ ହାର ୭୮ ଦଶମିକ ୭ ପ୍ରତିଶତ ରହିଛି । ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବାର ଥିଲେ ହେଁ ସହରାଞ୍ଚଳର କିଛି ବୁଥରେ ଲୋକଙ୍କ ଭିଡ଼ ଜମିଥିବାରୁ ରାତି ୮ଟା ଯାଏ ଭୋଟିଂ ଚାଲିଥିଲା । ଭୋଟିଂ ପରେ ଅନ୍ୟ ବୁଥ୍‌ଗୁଡ଼ିକରୁ ଇଭିଏମ୍‌ ଓ ଭିଭିପିଏଟି ମେସିନ୍‌ଗୁଡ଼ିକୁ ସିଲ୍‌ କରି କଡ଼ା ସୁରକ୍ଷା ବଳୟରେ ଯାନ୍ତ୍ରିକ ବିଦ୍ୟାଳୟ ସ୍ଥିତ ‌ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଅଣାଯାଇଛି। ପୂର୍ବବତ୍‌ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସର ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ରଖାଯାଇଛି।